କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ପାହିରାଜୁ ପଞ୍ଚାୟତ ପାହିରାଜୁ ଗ୍ରାମର ଅସ୍ତ ଦିଗାଲ ବୟସ ୩୩ ବର୍ଷ, ପକ୍କା ଘର ତାଙ୍କ ପାଇଁ ସାତ ସପନ ପାଲଟିଛି। ସରକାର ଗରିବ ଅସହାୟ ବାସହୀନ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦେଉଛନ୍ତି ସତ କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଆଜି ବି ପହଞ୍ଚି ପାରୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ।ଚାଳଛପର ଘରେ ୫ ପ୍ରାଣୀ କୁଟୁମ୍ବ ବହୁତ କଷ୍ଟରେ ରହି ଆସୁଥିଲେ।ଗତ ୪ ଦିନ ପୂର୍ବେ ରବିବାର ରାତି ପ୍ରାୟ ୧୧:୩୦ମିନିଟରେ ହୋଇଥିବା ଲଗାଣ ବର୍ଷାରେ ତାଙ୍କ ଛପର ଖଞ୍ଜା ଘର ଅଧା ଅଂଶ ଭୁଶୁଡ଼ି ପଡ଼ିଛି। ଏଥି ସହିତ ଗୁହାଳ କାନ୍ଥ ମାଡ଼ି ବସିଲା ଫଳରେ ତାଙ୍କର ଗୋଟିଏ ଗାଈ ଓ ଦୁଇଟି ଛେଳିଙ୍କ ମୃତ୍ୟୁ ହୋଇଛି।ଏଭଳି ପରିସ୍ଥିତି ରେ ପରିବାର ସଦସ୍ୟ ମୁଣ୍ଡ ଗୁଞ୍ଜିବାକୁ ଦହଗଞ୍ଜ ହେଉଛନ୍ତି। ଅସ୍ତ ଙ୍କ ପରିବାର କହିଲେ ତାଙ୍କ ପତ୍ନୀ ୨ ପୁଅ ଓ ଅସ୍ତ ର ମାଁ ଜଣେ ଅନ୍ୟ ଜମିରେ ଭାଗ ଚାଷ ଓ ମୂଳ ଲାଗି ପ୍ରତିପୋଷଣ କରନ୍ତି ଅସ୍ତ ।ଗତ ରବିବାରରେ ଘର ଭାଙ୍ଗିଥିବା ଏନେଇ ବାଲନ୍ଦାପଡ଼ା ରାଜସ୍ବ ନୀରିକ୍ଷଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ଅଧିକାରୀ ଯାଞ୍ଚ ପାଇଁ ଆସିନଥିବା ସେ କହିଛନ୍ତି। ଏପଟେ ବର୍ଷା ଲାଗି ରହିଥିବାରୁ ପରିବାର ବହୁତ ସମସ୍ୟାର ସମ୍ମୁଖିନ ହେଉଛନ୍ତି।ଏହି ଗରିବ ଅସହାୟ ପରିବାର କୁ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ପାହିରାଜୁ ସମାଜ ସେବୀ ପତାନା ଦିଗାଲ, ଗୁପ୍ତେଶ୍ୱର ଦିଗାଲ ସମେତ ଗ୍ରାମବାସୀ ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ନୂତନ ସରକାର କେବେ ଏହି ଅସହାୟ ପରିବାର କୁ ପକ୍କାଘର ଖଣ୍ଡିଏ ଯୋଗାଇ ଦେଉଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.
