କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ବେଦଭୂଷଣ ।

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସୋମବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀବେଦଭୂଷଣ । ସୂଚନା ପ୍ରକାରେ ପୂର୍ବରୁ ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ କମିସନର ଭାବେ କାର୍ଯ୍ୟରତ ଥିବାବେଳେ ବେଦଭୂଷଣ କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ କାର୍ଯ୍ୟରତ ଥିବା କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲା ପାଳ ଭାବେ ବଦଳି ହୋଇଛି । ଅମ୍ରିତ ଋତୁରାଜ କନ୍ଧମାଳ ଜିଲ୍ଲା ପାଳ ଭାବେ ଦାୟିତ୍ବ ଗ୍ରହଣ କରିବାର ବର୍ଷକ ମଧ୍ୟରେ ଜିଲ୍ଲାରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ବେଶ ପ୍ରଶଂସା ସାଉଁଟି ଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ପ୍ରକୋଷ୍ଠକୁ ଯାଇ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ଲୋକ ମାନଙ୍କର ସୁବିଧା ଅସୁବିଧା ବୁଝୁଥିବା ବେଳେ ପଞ୍ଚାୟତର ଅପହଞ୍ଚ ଇଲାକା ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ଶ୍ରୀ ବେଦଭୂଷଣ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଦୃଷ୍ଟି ଦେବେ ବୋଲି ଜିଲ୍ଲାବାସୀ ଆଶା ପ୍ରକଟ କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading