କନ୍ଧମାଳ -: (ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକରେ ବିଭିନ୍ନ ଗ୍ରାମପଞ୍ଚାୟତ ଗ୍ରସ୍ତକରି ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ବିଭିନ୍ନ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଖଜୁରୀପଡା ବ୍ଲକର ୧୪ ଗ୍ରାମପଞ୍ଚାୟତରେ ୨ କୋଟି ଟଙ୍କାରେ ହେଉଥିବା ନିର୍ମାଣlଧିନ ପ୍ରକଳ୍ପଗୁଡିକ ବୁଲି ଦେଖିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ବିଦ୍ୟାଳୟ ପରିଦର୍ଶନ ଏବଂ ସାମାଜିକ କାର୍ଯ୍ୟରେ ମଧ୍ୟ ଯୋଗଦାନ କରିଥିଲେ । ସେହିଭଳି ବିଧାୟକଙ୍କ ସହ ଖଜୁରୀପଡା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ମଧ୍ୟ ତାଙ୍କର ଜିଲ୍ଲା ପରିଷଦ ଅନୁଦାନରେ ନିର୍ମାଣ ଚାଲିଥିବା କାର୍ଯ୍ୟ ପରିଦର୍ଶନ କରିଥିଲେ । ପୂର୍ବରୁ କିଛି ଗ୍ରାମପଞ୍ଚାୟତ ଜନପ୍ରତିନିଧି ଏବଂ ଅଭିଭାବକ ମାନଙ୍କ ଏକ ଲିଖିତ ଅଭିଯୋଗ ଅନୁସାରେ ବିଧାୟକ ପ୍ରଥମେ ଦୁତୀପଡା ସ୍ଥିତ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ହୋଇଥିବା ଅଭିଯୋଗ ଗୁଡିକ ସମୀକ୍ଷା କରିବା ସହ କନ୍ଧମାଳ ଜିଲ୍ଲା କିଭଳି ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବ ସେ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଗଣିତ ଇଂରାଜୀ ପାଠ ପଢ଼ାରେ କିଛି ପ୍ରଶ୍ନ ଦେଇ ଉତ୍ତର ମାଗିଥିଲେ । ସେହିଭଳି ଖାଦ୍ୟ ପାନୀୟ , ଛାତ୍ରୀଙ୍କ ସ୍ୱାସ୍ଥ୍ୟ, ଏବଂ ଶିକ୍ଷାଦାନ ଉପରେ ମଧ୍ୟ ବିଧାୟକ ଗୁରୁତ୍ୱାରୋପ ଦେଇଥିଲେ । ସେହିଭଳି ଦୁତୀମେଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ । ପଣସ ପଦର ଠାରେ ବିଧାୟକ ଏବଂ ଜିଲ୍ଲା ପରିଷଦ ଅନୁଦାନରେ ନିର୍ମାଣ ହୋଇଥିବା ସ୍ଥାୟୀ ରାସ୍ତା ଏବଂ ଧର୍ମମଣ୍ଡପ ବୁଲି ଦେଖିବା ସହ ବିଜେପିର ଜଣେ କର୍ମୀଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କର ପରିବାର ପରିଜନଙ୍କୁ ମଧ୍ୟ ସମବେଦନା ଜଣାଇବା ପାଇଁ ସ୍ବର୍ଗତ ପରମାନନ୍ଦ ପ୍ରଧାନଙ୍କ ଘରେ ପହଞ୍ଚିଥିଲେ ବିଧାୟକ ଶ୍ରୀ ମଲିକ । ଅପରାହ୍ନରେ ଆର ନୂଆଁ ଗାଁ ବରେଇଗୁଡା ଗ୍ରାମକୁ ଯାଇ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ନିର୍ମାଣ ହେଉଥିବା ଧର୍ମ ମଣ୍ଡପ ଏବଂ ଖୁବଶୀଘ୍ର ସେଠାରେ କାମନା ମନ୍ଦିର ହେବାକୁ ଥିବା ସ୍ଥାନ ବୁଲି ଦେଖିଥିଲେ । ବିଧାୟକ ଶ୍ରୀଯୁକ୍ତ ମଲିକଙ୍କ ଆଜିର କାର୍ଯ୍ୟକ୍ରମରେ ଖଜୁରୀପଡା ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ସାଂସଦ ପ୍ରତିନିଧି ଶ୍ରୀ ମନୋଜ କୁମାର ପଣ୍ଡା,ଜାତୀୟ କାଉନସିଲ ସଦସ୍ୟ ଶ୍ରୀ ସଞ୍ଜିତ କୁମାର ମଣ୍ଡଳ, ରମେଶ ଚନ୍ଦ୍ର ମହାନ୍ତି ଖଜୁରୀପଡା ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କୁମାର କହଁର, ସାଧାରଣ ସମ୍ପାଦକ ଶ୍ରୀ ଦଶରଥ ସାହୁ, ଯୁବନେତା ରାଇକିଶୋର ପ୍ରଧାନ, ବିଜୟ କୁମାର ସାହୁ,ସମୀର ପ୍ରସାଦ ଝାଙ୍କର, ବିଜୟ କୁମାର ସେଠୀ, ସୁବୋଧ ସେଠୀ,ମନୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Discover more from odia.bnslive.in
Subscribe to get the latest posts sent to your email.