ଲୋକଙ୍କ ସରକାର ମୋହନ ବାବୁ ଆପଣଙ୍କ ପ୍ରଶାସନ କଣ ଅନ୍ଧ କି
ନବୀନ ବାବୁ ଶୁଣୁ ନଥିଲେ ବୋଲିତ ଲୋକେ ଆପଣଙ୍କୁ ବାଛିଲେ କାହିଁକି
କୃତିବାସର ଦୁଃଖ ଶୁଣିବେ କି ମୋହନ ବାବୁ ନା ମୁକ ବଦ୍ଧିର ପାଲଟିବେ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: ଏ ଗରିବ ଦୁଃଖିର କଥାକୁ ନବୀନ ବାବୁଙ୍କ ଟଙ୍କାଖିଆ ପ୍ରଶାସନ ଅଣଦେଖା କଲା । ବିନା ଲାଞ୍ଚରେ ଏଠି ଫାଇଲ ବି ଗଡେନି । ଏ ଗରିବ ହିତାଧିକାରୀ ଭୟରେ ପାଟି ଖୋଲନ୍ତି ନାହିଁ କି, କାହା ଆଗରେ ପ୍ରଶ୍ନ କରିବାର ବି କ୍ଷମତା ନାହିଁ । କାରଣ ଏମାନେ ପାଠଶାଠ ପଢିନାହାନ୍ତି । ମୁଲପାତି ଲାଗି ଦି ପଇସା ଆଣିଲେ ନିଜ ପରିବାର ୫ପ୍ରାଣୀଙ୍କ ପେଟଳୁ ଦାନା ଯାଏ । ହେଲେ ସରକାର ଗରିବ ଅସହାୟ ବାସହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଛନ୍ତି ସତ।
କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଆଜି ବି ଏହି ଯୋଜନା କେତେକ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ପକାରୀ ପଞ୍ଚାୟତ ଅନ୍ତର୍ଗତ ସିପାଞ୍ଜି ଗ୍ରାମରେ । ଜରିପାଲ ତଳେ ବିତୁଛି ୫ ପ୍ରାଣୀ କୁଟୁମ୍ବଙ୍କ ଜୀବନ। ୬୫ବର୍ଷିୟ କୃତିବାସ ଦିଗାଲ ତାଙ୍କ ସାନ ଭଉଣୀ ଦୁଇ ଜଣ ଝିଅ ଓ ଗୋଟିଏ ପୁଅ ମିଶାଇ ୫ ଜଣ ପ୍ରାଣୀଙ୍କୁ ନେଇ ଗୋଟିଏ ପରିବାର। ଦୀର୍ଘ ବର୍ଷ ଧରି ଏହି ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ରହି ଆସୁଛନ୍ତି। ଖରା ଦିନରେ ଯେମିତି ସେମିତି ଚଳି ଯାଉଥିବା ବେଳେ ବର୍ଷା ଦିନେ ଘର ଛପର ଉପରୁ ପାଣି ଗଳୁଛି। କେତେବେଳେ ଭୁଶୁଡ଼ି ପଡ଼ିବ କହି ହେବନି। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା କହିଛନ୍ତି ହିତାଧିକାରୀ । ଏଭଳି ପରିସ୍ଥିତିରେ ଘର ଖଣ୍ଡିଏ କରିବା ତାଙ୍କ ପାଇଁ ସାତ ସପନ ପାଲଟିଛି। ବର୍ଷା ଦିନ ଆସିଲେ ଭଙ୍ଗା କୁଡ଼ିଆରେ ରହିବା ପରିବାର ପକ୍ଷରେ କଷ୍ଟକର ହେଉଛି।
ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର କୃତିବାସ ଦିଗାଲଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ବୃଦ୍ଧିଜୀବି ମହଳରୁ ଦାବି କରିଛନ୍ତିି। ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ମୋହନ ସରକାରରେ ଥିବା ପ୍ରଶାସନ ଆଖି କେବେ ଖୋଲୁଛି ଓ ଅସହାୟ କୃତିବାସର ଦୁଃଖ କେବେ ଦୁର ହେଉଛି ତାହା ଦେଖିବାକୁ ବାକି ରହିଲା ।
