ସରକାର ଓ ସାମାଜିକ ଅନୁଷ୍ଠାନ ସମନ୍ୱୟରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

Creat A Revolution
           

କନ୍ଧମାଳ :-(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳଜିଲ୍ଲା ଟିକାବାଲି ବ୍ଲକରେ ଅନୁଷ୍ଠିତ ହୋଇଛି ମାନସିକ ସ୍ୱାସ୍ଥ୍ୟ କୁ କିପରି ଗ୍ରାମ ସ୍ତରରେ ସଚେତନତା ଆଣିବା ଓ ଅନ୍ଧବିଶ୍ୱାଶ କୁ ଦୂରକରିବା ଭଳି କାର୍ଯ୍ୟକ୍ରମ ଯାହା ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ମିଳିତ ସହାୟତା ରେ ଟିକାବାଲି ଓ କ.ନୁଆଗାଁ ବ୍ଲକ ରେ କରାଯାଉଛି ଓ ପଂଚାୟତ ସ୍ତରରେ ସ୍ୱଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ କରି ମାନସିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ତାହା ଗୋପବନ୍ଧୁ ଆକେଡେମି ଓ ପ୍ରଶାସନିକ ଅନୁଷ୍ଠାନରୁ ଆସିଥିବା ୮ ଜଣ ଅଫିସର ପ୍ରଶିକ୍ଷାର୍ଥୀ ଟିକାବାଲି ର ପାଡାଙ୍ଗି ଓ ବରିଗୁଡା ଗ୍ରାମରେ ବୁଲି ଦେଖିଥିଲେ । ତା ସହିତ ଯତ୍ନକାରୀ ଅଭିଭାବକ, ଆଂଶିକ ଆରୋଗ୍ୟ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ସହ ଆଲୋଚନା କରିଥିଲେ । ସ୍ୱାତୀ ଓ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ସମନ୍ୱୟ ରେ ଅସୁସ୍ଥ ବ୍ୟକ୍ତି ଚିହ୍ନଟ, ଡାକ୍ତରି ସେବା, ନିୟମିତ ଔଷଧ ସେବନ, ସମାଜରେ ଥିବା ଅନ୍ୟାନ୍ୟ ପ୍ରତିବନ୍ଧକ ବିଷୟରେ ତାଙ୍କ ମାନଙ୍କ ସହିତ ସିଧା ସଳଖ କଥା ହୋଇ ଅନୁଭୁତି ଗ୍ରହଣ କରିଥିଲେ । ସରକାର ଙ୍କ ଯୋଜନା ଓ ସ୍ୱଚ୍ଛାସେବୀ ଅନୁଷ୍ଠାନ ର ଉପଯୁକ୍ତ ସମନ୍ୱୟରେ ଯୋଜାନାର ସୁଫଳ ହେବ ବୋଲି ଆଶା ପ୍ରକାସ କରିଥିଲେ । ସ୍ୱାତୀ ଅନୁଷ୍ଠାନ ରେ ୧୨/୧୦/୨୦୨୫ ରୁ ୧୪/୧୦/୨୦୨୫ (୩ ଦିନ) ରହି ଫିରିଙ୍ଗିଆ, ଟିକାବାଲି, ରାଇକିଆ ଓ କ.ନୂଆଗାଁ ବ୍ଲକ ର ବିଭିନ୍ନ ଗ୍ରାମ ବୁଲି କାର୍ଯ୍ୟକ୍ରମ ଯଥା ଜୀବନ ଜୀବିକା , ମାତୃ ସ୍ୱାସ୍ଥ୍ୟ, ଏଡସ୍ କନ୍ଟୋଲ, ଝରଣା ଜଳ ମାଧ୍ୟମରେ ଜଳ ସେଚନ ଆଦି କାମ ଦେଖିବା ସହିତ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍ୱଚ୍ଛାସେବୀ ଅନୁଷ୍ଠାନ ଲୋକ ମାନଙ୍କୁ ସଚେତନତା ରେ ପ୍ରମୁଖ ଭୁମିକା ନେବା ଆବଶ୍ୟକ ବୋଲି ଆଶା କରୁଥିଲେ । ସ୍ୱାତୀ ର ଅଧକ୍ଷ ପ୍ରଶାନ୍ତ ଶତପଥୀ ଓ ସଂପାଦକ ଇଂ ହରିଶଙ୍କର ରାଉତ ସମସ୍ତ ଅଫିସର ପ୍ରଶିକ୍ଷାର୍ଥୀ ସହିତ ସାମାଜିକ ଅନୁଷ୍ଠାନ କାର୍ଯ୍ୟପରିଚାଳନା ଉପରେ ଆଲୋଚନା ରଖିଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ସ୍ୱାଇଁ ପରିଚାଳନା କରିଥିବା ବେଳେ ଗିରଶ ଚନ୍ଦ୍ର ସାମଲ, ବିଶ୍ୱରଞ୍ଜନ କର, ବିଶ୍ୱରଞ୍ଜନ ଦଳବେହେରା ଓ ରୋହିମୁଦ ନାୟକ ସହଯୋଗ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading