କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Creat A Revolution
           

କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଦଳପଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଝାମ୍ପି ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଡାଞ୍ଜୁ ପ୍ରାଥମିକ ବିଦ୍ୟାଳୟ ଠାରେ ମଙ୍ଗଳବାରଦିନ ଆଞ୍ଚଳିକସାଧନ କେନ୍ଦ୍ର ସଂଯୋଜକ, ଶ୍ରୀ ସୁଶାନ୍ତ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାଞ୍ଜୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପରମାନନ୍ଦ ଦେହୁରୀ,ସମ୍ମାନିତ ଅତିଥି ଭାବେ ରମାକାନ୍ତ ମଲ୍ଲିକ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ଆଗେଇ ନେଇଥିଲେ । କ୍ଲଷ୍ଟରରେ ଥିବା ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସୁରଭି କାର୍ଯ୍ୟକ୍ରମ ହେଉଛି ବିଦ୍ୟାଳୟର ଏକ ସାଂସ୍କୃତିକ ମହୋତ୍ସବ,ଯେଉଁଠି ଛାତ୍ରଛାତ୍ରୀ ମନୋରଞ୍ଜନ ସହିତ ତାଙ୍କ ଲୁକାୟତ ଥିବା ପ୍ରତିଭା ଦେଖାନ୍ତି। ଏହା ଶିକ୍ଷା, ସଂସ୍କୃତି, ଓ ମୂଲ୍ୟବୋଧକୁ ଏକସାଥିରେ ଆଣିଥାଏ । ଶେଷରେ କୃତ କାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading