ରାଜନୀତିକ ଆକ୍ରୋଶ ? RG Kar Case ରେ ବଡ ଆକ୍ରମଣ ! ପିଡୀତାଙ୍କ ମାଆ ଟାର୍ଗେଟ ?

Creat A Revolution
           

ଆରଜି କର ପିଡୀତାଙ୍କ ମାଆଙ୍କ ଘର ଉପରେ ବୋମା ମାଡ଼ !

ରାଜନୀତିକ ଆକ୍ରୋଶ ?RG Kar Case ରେ ବଡ ଆକ୍ରମଣ ! ପିଡୀତାଙ୍କ ମାଆ ଟାର୍ଗେଟ ?

ପିଡୀତାଙ୍କ ପରିବାରକୁ ଧମକ ? ଘର ବାହାରେ ବୋମା ଫିଙ୍ଗା ଘଟଣାରେ ଚର୍ଚ୍ଚାଆରଜି କର ମାମଲାରେ ନୂଆ ଟ୍ୱିଷ୍ଟ !

ଘର ବାହାରେ ବିସ୍ଫୋରଣRG Kar Victim Family Attack | ବୋମା ମାଡ଼ ପଛରେ କିଏ ?

ପଶ୍ଚିମବଙ୍ଗ -: ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟୀ ହୋଇଥିବା ବହୁ ଚର୍ଚ୍ଚିତ ଆର ଜି କର ପୀଡିତାଙ୍କ ମାଙ୍କ ଘର ବାହାରେ ବୋମାମାଡ଼। ପଶ୍ଚିମବଙ୍ଗ ଗଣମାଧ୍ୟମ ସୂଚନା ଅନୁସାରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ପାଣିହାଟିରେ ଥିବା ତାଙ୍କ ଘର ବାହାରେ ବୋମା ମାଡ଼ ହୋଇଛି।ଫଳରେ ୫ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଘଟଣା ଅନୁସାରେ ଆରଜି କର ବଳାତ୍କାର ପୀଡିତାଙ୍କ ମାତା ନବନିର୍ବାଚିତ ବିଜେପି ବିଧାୟକ ରତ୍ନା ଦେବନାଥଙ୍କ ବାସଭବନ ନିକଟରେ ଥିବା ପାଣିହାଟି ସେଣ୍ଟ ଜାଭିୟର୍ସ ଇନଷ୍ଟିଚ୍ୟୁସନ୍ ନିକଟରେ ଏହି ବୋମାମାଡ଼ ହୋଇଥିଲା। ତେବେ ଆକ୍ରମଣକାରୀଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ନିକଟରେ ଉପସ୍ଥିତ ବିଜେପି କର୍ମୀଙ୍କ ଉପରେ ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ। ଯେଉଁଥିରେ ପାଞ୍ଚ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଆହତମାନଙ୍କୁ କଲକତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିର୍ବାଚନ ଜିତିବା ପରେ ରାସ୍ତାରେ ବିଜେପି କର୍ମୀମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ମୋଟରସାଇକେଲରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରେ ବୋମା ପକାଇ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀଙ୍କୁ ତୃଣମୂଳ କଂଗ୍ରେସ ସମର୍ଥନ କରୁଥିବା ବିଜେପି ଅଭିଯୋଗ କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading