ପ୍ରେମିକ ସାଜିଲା ଜଲ୍ହାଦ,ବିବାହ ପାଇଁ ପ୍ରେମିକା ଜିଦ୍ ଧରିଲା ପରେ ଓଭରବ୍ରିଜ ଉପରୁ ବାଇକରୁ ଠେଲିଦେଲା ପ୍ରେମିକ !

Creat A Revolution
           

ସଡ଼କ ଦୁର୍ଘଟଣାରେ ଛାତ୍ରୀ ଅମ୍ବିକା ସ୍ବାଇଁଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ଵିଷ୍ଟ୍
ନିଜ ପ୍ରେମିକ ସାଜିଲା ପ୍ରେମିକାର ବଡ଼ ଜଲ୍ହାଦ
ଜହ୍ଲାଦ ପ୍ରେମିକ ପ୍ରେମିକାକୁ ବୁଲାଇବା ବାହାନାରେ ଜୀବନରୁ ମାରିଦେଲା
ସତ ସାମ୍ନାକୁ ଆସିଲା। ଏପରି ଜହ୍ଲାଦ ପ୍ରେମିକକୁ ବାନ୍ଧିଛି ବ୍ରହ୍ମପୁର ପୋଲିସ୍

ଦିଗପହଣ୍ଡି -: ବ୍ରହ୍ମପୁର ଆଙ୍କୁଲି ଜାତୀୟ ରାଜପଥ -୧୬ରେ ଘଟିଥ‌ିବା ଏକ ସଡ଼କ ଦୁର୍ଘଟଣାରେ ଛାତ୍ରୀ ଅମ୍ବିକା ସ୍ବାଇଁଙ୍କ ମୃତ୍ୟୁ ଘଟଣାର ନୂଆ ଟ୍ଵିଷ୍ଟ୍। ନିଜ ପ୍ରେମିକ ସାଜିଲା ପ୍ରେମିକାର ବଡ଼ ଜଲ୍ହାଦ । ଜହ୍ଲାଦ ପ୍ରେମିକ ପ୍ରେମିକାକୁ ବୁଲାଇବା ବାହାନାରେ ଜୀବନରୁ ମାରିଦେବାର ସାଂଘାତିକ ଅଭିଯୋଗ। ଅଭିଯୋଗ ଅନୁଯାୟୀ  ପ୍ରଥମେ ମିଠାକଥା କହି ପ୍ରେମିକାକୁ ନିଜ ପ୍ରେମରେ ଫସଇଲା, ପରେ ଯେତେବେଳେ ବିବାହ ପାଇଁ ଜିଦ୍ ଧରିଲା ପ୍ରେମିକା ସେତେବେଳେ ମିଠା ମିଠା କଥା କହି ପ୍ରେମିକାକୁ ରାସ୍ତାରୁ ହଟାଇବାକୁ ବ୍ଲୁ ପ୍ରିଣ୍ଟ ରଚିଲା ଜହ୍ଲାଦ ପ୍ରେମିକ। ଗୋପାଳପୁର ବୁଲାଇ ନେବା ବାହାନାରେ ଆଙ୍କୁଲି ଓଭରବ୍ରିଜ ଉପରେ ବାଇକରୁ ଠେଲିଦେଲା। ପ୍ରେମିକା ମରିଯିବା ପରେ ତାକୁ ଦୁର୍ଘଟଣାର ରୂପ ଦେଇଥିଲା। କିନ୍ତୁ ପରେ ସବୁ ସତ ସାମ୍ନାକୁ ଆସିଲା। ଏପରି ଜହ୍ଲାଦ ପ୍ରେମିକକୁ ବାନ୍ଧିଛି ବ୍ରହ୍ମପୁର ପୋଲିସ୍।

ସୂଚନା ମୁତାବକ ବ୍ରହ୍ମପୁର ସଦର ଥାନା ରୋହିଗାଁର କାହ୍ନୁଚରଣ ଜେନାଙ୍କ ଭାଣିଜୀ ଅମ୍ବିକା ସ୍ବାଇଁ +୨ ବିଜ୍ଞାନରେ ଭଲ ମାର୍କ ରଖି ପାସ୍ କରିବା ପରେ ବ୍ରହ୍ମପୁରରେ ରହି ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ। ଅମ୍ବିକାଙ୍କୁ ନିମଖଣ୍ଡି ଥାନା ପେଣ୍ଠବଡ଼ ସାହିର ରାକେଶ ଆଚାର୍ଯ୍ୟ ବାଇକରେ ନେଇ ଗତ ୭ ତାରିଖ ରେ ବୁଲିବାକୁ ଯାଇଥିଲେ। ଦୁର୍ଘଟଣାରେ ଅମ୍ବିକାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକଙ୍କୁ ରାକେଶ ସୂଚନା ଦେଇଥିଲା। ଗୋଟିଏ ବାଇକରେ ରାକେଶ ଆଉ ଅମ୍ବିକା ଗଲେ। କିନ୍ତୁ ରାକେଶ ଏବଂ ବାଇକର କୌଣସି କ୍ଷତି ହୋଇନି କେବଳ କେମିତି ଅମ୍ବିକାଙ୍କ ଦୁର୍ଘଟଣା ହେଲା ଆଉ ମୃତ୍ୟୁ ହେଲା ଯାହାକୁ ନେଇ ରାକେଶର କ‌ଥାବାର୍ତାକୁ ସନ୍ଦେହ କରି ବୈଦ୍ୟନାଥପୁର ଥାନାରେ ଭାଣିଜୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମାମୁଁ କାହ୍ନୁ।। ହତ୍ୟା ଅଭିଯୋଗ ଆସିବା ପରେ ପୁଲିସ ତଦନ୍ତ କରି ପ୍ରେମିକ ତଥା ନିମଖଣ୍ଡି ଥାନା ଅଞ୍ଚଳର ଅଭିଯୁକ୍ତ ରାକେଶ ଆଚାର୍ଯ୍ୟ  ଗିରଫ କୋର୍ଟ ଚାଲାଣ କରିଛି | ଅମ୍ବିକାଙ୍କ ମୋବାଇଲ୍ ଫୋନ୍, ଦୁର୍ଘଟଣାଗ୍ରସ୍ତ ବାଇକକୁ ପୁଲିସ ଜବତ କରିଛି। ଯେତେବେଳେ ଦୁର୍ଘଟଣା କୁ ହତ୍ୟା ମାମଲା ରେ ରୁଜୁ କରି ପୋଲିସ ତଦନ୍ତ କଲା ସେତେବେଳେ ପୋଲିସ ଯାହା ପାଇଲା ତାହା ଏହି ଜଲ୍ହାଦ ପ୍ରେମିକର ସୈତାନ କାହାଣୀ ସାମ୍ନାକୁ ଆସିଛି,ପୁଲିସ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ୨୦୨୩ ମସିହାରେ ଅଭିଯୁକ୍ତ ରାକେଶ ଦିଗପହଣ୍ଡି ଭୁବନେଶ୍ଵର ବସ୍‌ରେ ହେଲପର କାମ କରୁଥିଲେ।ସେହି ଗାଡ଼ିରେ ଅମ୍ବିକା ପ୍ରତିଦିନ ବ୍ରହ୍ମପୁର ଆସୁଥିଲେ। ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅମ୍ବିକା ବିବାହ ପାଇଁ ରାକେଶଙ୍କୁ ବାରମ୍ବାର କହୁଥିଲେ | କିନ୍ତୁ ଭିନ୍ନ ଜାତି ହେବା ଫଳରେ ତାଙ୍କ ପରିବାର ବିରୋଧ କରୁଥିଲେ। 

ଗତ ୭ ତାରିଖରେ ଉଭୟେ ବୁଲିବା ପାଇଁ ବ୍ରହ୍ମପୁର ରାମଲିଙ୍ଗେଶ୍ବର ପାର୍କ ଯାଇଥିଲେ | ସେଠାରେ ରାକେଶଙ୍କ ଭଉଣୀ ଏବଂ ଭିଣୋଇଙ୍କୁ ଭେଟିବା ପରେ ଅମ୍ବିକା ପୁଣି ବିବାହ କ‌ଥା ଉଠାଇଥିଲେ । ସେଠାରୁ ଯୋଜନା କରି ଗୋପାଳପୁର ବୁଲାଇବା ବାହାନାରେ ରାକେଶ ତାଙ୍କୁ ବାଇକ୍‌ରେ ନେଇଥିଲେ | ଆଙ୍କୁଲି ବ୍ରିଜ୍‌ ନିକଟରେ ଚଳନ୍ତା ବାଇକ୍‌ରୁ ରାକେଶ ଅମ୍ବିକାକୁ ଠେଲିଦେଇଥିଲା ଫଳରେ ବାଇକ୍‌ରୁ ପଡ଼ିବା ପରେ ଅମ୍ବିକାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା | ରାକେଶ ଅମ୍ବିକାଙ୍କ ନିକଟ ଲୋକଙ୍କୁ ଫୋନ୍ କରି ଦୁର୍ଘଟଣା ଖବର ଦେଇଥିଲେ ଏବଂ ଅମ୍ବିକା ଏମ୍ କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଥିବା କହିଥିଲେ। ପରିବାରଲୋକ ସେଠାରେ ପହଞ୍ଚିବା ପରେ ରାକେଶ ସେଠାରୁ ପଳାଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading