ଜିଲ୍ଲା ଖଣିଜ ପାଣ୍ଠିରୁ ହୋଇଥିଲା ଶହ ଶହ କୋଟି ଟଙ୍କା ଲୁଟ୍ , ମନଇଚ୍ଛା ଉଡ଼ାଉଥିଲେ ବିଜେଡି ନେତା, ମନ୍ତ୍ରୀ ଓ ଅଫିସର

Creat A Revolution
           

ଭୁବନେଶ୍ଵର -: MMDR ସଂଶୋଧନ ବିଲକୁ ବିରୋଧ କରିବାକୁ ଯାଇ ଅଡୁଆରେ ଫସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲି ଯାଇଛି ବିରୋଧୀ ଦଳ ନେତା ଓ ବିଜେଡିର ଅସଲ ମୁଖା । ୨୦୧୫ରୁ ୨୦୨୪, ୯ ବର୍ଷ ନବୀନଙ୍କ ଶାସନରେ କେମିତି ଦଳୀୟ ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଫିସରମାନେ ଜିଲ୍ଲା ଖଣିଜ ପାଣ୍ଠିରୁ ଶହ ଶହ କୋଟି ଟଙ୍କା ମନଇଚ୍ଛା ଉଡ଼ାଉଥିଲେ ତାର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ସିଏଜିଙ୍କ ଅଡିଟରେ ବିଜେଡିର DMF କେଳେଙ୍କାରୀ ସାମ୍ନାକୁ ଆସିଥିବାବେଳେ ଅର୍ଗସ ନ୍ୟୁଜ୍‌ରେ ବି ଆମେ ବାରମ୍ବାର କରିଛୁ ଏହାର ପର୍ଦ୍ଦାଫାସ୍ । ଯାଜପୁର ସମେତ କେନ୍ଦୁଝର, ଅନୁଗୁଳ ଓ ସୁନ୍ଦରଗଡ଼ରେ ହୋଇଛି ସାଂଘାତିକ ଡିଏମଏଫ୍ କେଳେଙ୍କାରୀ । ସୁନ୍ଦରଗଡ଼ ଜିଲ୍ଲାରେ ଖର୍ଚ୍ଚ ହୋଇଛି ୫ ହଜାର ୬୪୧ କୋଟି DMF ଟଙ୍କା । ଏହି ଟଙ୍କାରେ ହୋଇଥିବା ଅଧିକାଂଶ ପ୍ରକଳ୍ପର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । କେନ୍ଦୁଝରରେ ୭ ବର୍ଷରେ ବେଆଇନ୍ ଭାବେ ୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ବିଜେଡି ଶାସନରେ ଡିଏମଏଫ୍ ପାଣ୍ଠିରେ ବିକାଶ ନାଁରେ ମନ୍ତ୍ରୀ-ନେତା-ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା କରି କୋଟି କୋଟି ଟଙ୍କା ଖାଉଥିବାବେଳେ ଧ୍ରୁତରାଷ୍ଟ୍ର ସାଜିଥିଲେ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ । ଅନ୍ୟପଟେ ଏବେ ମୋଦି ସରକାରଙ୍କ ଏମଏମଡିଆର୍ ଆଇନରେ ସଂଶୋଧନ ଦ୍ବାରା ରାଜ୍ୟର ବିକାଶ ହେହେ । ଏଣୁ ଏହାକୁ ନେଇ ନବୀନ ବିଭ୍ରାନ୍ତ କରୁଥିବା କହିଛନ୍ତି କେନ୍ଦୁଝର ସାଂସଦ ଅନନ୍ତ ନାଏକ । ସେପଟେ ଯାଜପୁରରେ ହୋଇଛି ସବୁଠାରୁ ସାଂଘାତିକ କାରନାମା । ନିଜ ପତିଆରା ପାଇଁ ଡିଏମଏଫ ନିୟମ ମୋଡ଼ି ମକଚି ମନ ଇଛା ଡିଏମଏଫ ଫଣ୍ଡ ଉଡ଼ାଇଥିଲେ ବିଜେଡି ନେତା ବବି ଦାସ ଓ ବିଜେଡି ଟିମ୍ । ଯେଉଁ ଟଙ୍କାରେ ଗରିବ ଲୋକଙ୍କର ବିକାଶ ହେବା କଥା ସେହି ଟଙ୍କାରୁ ଘରୋଇ ହସ୍ପିଟାଲ ପାଇଁ ୯ କୋଟି, ସ୍ପୋର୍ଟସ୍ ଏକାଡେମୀ ପାଇଁ ୨୨ କୋଟି, ବିଜ୍ଞାନ ଏକାଡେମୀ ପାଇଁ ୧୧୩ କୋଟି, ବ୍ୟାସ ସରୋବର ପାଇଁ ୬୯ କୋଟି ଦେଇଥିଲେ ପ୍ରଣବ ପ୍ରକାଶ । ପୁଣି ଏଥିରୁ ଅଧିକାଂଶ ପ୍ରକଳ୍ପ ଅସମ୍ପୂର୍ଣ୍ଣ । ୨୦୧୫ରୁ ୨୦୨୩ ମଧ୍ୟରେ ଖଣି ଅଞ୍ଚଳରୁ ୩୭ ହଜାର କୋଟିରୁ ଅଧିକ DMF ଟଙ୍କା ଆଦାୟ ହୋଇଛି । ବିଜେଡି ଶାସନରେ ଖଣି ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହୋଇନଥିବା ୯୭୬ଟି ଗାଁରେ ୯୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ, ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ୫୮୪ଟି ଗାଁକୁ କୌଣସି ପାଣ୍ଠି ଦିଆଯାଇ ନାହିଁ । ଏ ନେଇ ଗତକାଲି ତଥ୍ୟ ରଖିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନ୍ୟପଟେ ଏମଏମଡିଆର୍ ଆଇନ ସଂଶୋଧନ ପ୍ରସଙ୍ଗରେ ନବୀନଙ୍କ ଆଭିମୁଖ୍ୟର ଗତକାଲି କଡ଼ା ଜବାବ ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, “ନବୀନ ତଥ୍ୟକୁ ଗୋପନ ରଖି ଏବଂ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ । ନୂଆ ଆଇନ ଅନୁଯାୟୀ, ଖଣି କ୍ଷେତ୍ରରୁ ମିଳୁଥିବା ମୋଟ ରାଜସ୍ୱର ପ୍ରାୟ ୯୦ପ୍ରତିଶତ ସିଧାସଳଖ ରାଜ୍ୟ ରାଜକୋଷକୁ ଯିବ । ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ।” ମୋଦିଙ୍କ ଏମଏମଡିଆର ସଂଶୋଧନ ଫଳରେ ରାଜ୍ୟର ବାର୍ଷିକ ଖଣି ରାଜସ୍ୱ ଦଶଗୁଣ ବଢ଼ି ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବା କହିଛନ୍ତି ଧର୍ମେନ୍ଦ୍ର । ବିରୋଧୀ ଦଳ ନେତା ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ରାଜ୍ୟର ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଆଇନକୁ ସମର୍ଥନ କରିବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading