ସମ୍ବଲପୁର -: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି ମୋଦି । ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁରରେ ମା’ ସମଲେଇଙ୍କ ମନ୍ଦିରରେ ଦୀପ ଦାନ କରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ମାଆଙ୍କ ଦର୍ଶନ କରିବା ସହ ଦୀପଦାନ କରିବାର ରହିଛି କାର୍ଯ୍ୟକ୍ରମ ।
ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ
ଏହା ପରେ ଖେତରାଜପୁରରେ ରକ୍ତଦାନ ଶିବିରର ଉଦଘାଟନ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ଓ ଜିଲ୍ଲାର ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ସେବା ଓ ସୁଶାସନର ଯାତ୍ରାକୁ ସ୍ମରଣୀୟ କରିବା ପାଇଁ “ନର ସେବା ହିଁ ନାରାୟଣ ସେବା” ମନ୍ତ୍ରରେ ଅନୁପ୍ରାଣିତ ହୋଇ ଜନସାଧାରଣଙ୍କ ସେବାରେ ସମର୍ପିତ ହେବା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ ରହିଛି । ଯେଉଁଥିରେ ଅନୁପ୍ରାଣିତ ହୋଇ ଆଜି ସମ୍ବଲପୁରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଯୁବ ସଙ୍ଗଠନ ପକ୍ଷରୁ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ମାସେ ଯାଏଁ ‘ସେବା ସଂକଳ୍ପ ଅଭିଯାନ’
ଆଜିଠୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସେ ବ୍ୟାପୀ “ସେବା ସଂକଳ୍ପ ଅଭିଯାନ- ପାଳନ କରାଯିବ । ଏହି ଅଭିଯାନରେ ସମ୍ବଲପୁର ଜିଲ୍ଲାରେ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ମାତୃଶକ୍ତି ତଥା ସମସ୍ତଙ୍କ ସହଯୋଗରେ ମା’ ସମଲେଶ୍ୱରୀ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରାଯିବ । ପ୍ରତ୍ୟେକ ପରିବାରରେ ଦୀପ ଜାଳିବା, ସ୍ୱଚ୍ଛତା କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି ମୋଦି । ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁରରେ ମା’ ସମଲେଇଙ୍କ ମନ୍ଦିରରେ ଦୀପ ଦାନ କରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ମାଆଙ୍କ ଦର୍ଶନ କରିବା ସହ ଦୀପଦାନ କରିବାର ରହିଛି କାର୍ଯ୍ୟକ୍ରମ ।
ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ
ଏହା ପରେ ଖେତରାଜପୁରରେ ରକ୍ତଦାନ ଶିବିରର ଉଦଘାଟନ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ଓ ଜିଲ୍ଲାର ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ସେବା ଓ ସୁଶାସନର ଯାତ୍ରାକୁ ସ୍ମରଣୀୟ କରିବା ପାଇଁ “ନର ସେବା ହିଁ ନାରାୟଣ ସେବା” ମନ୍ତ୍ରରେ ଅନୁପ୍ରାଣିତ ହୋଇ ଜନସାଧାରଣଙ୍କ ସେବାରେ ସମର୍ପିତ ହେବା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ ରହିଛି । ଯେଉଁଥିରେ ଅନୁପ୍ରାଣିତ ହୋଇ ଆଜି ସମ୍ବଲପୁରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଯୁବ ସଙ୍ଗଠନ ପକ୍ଷରୁ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ମାସେ ଯାଏଁ ‘ସେବା ସଂକଳ୍ପ ଅଭିଯାନ’
ଆଜିଠୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସେ ବ୍ୟାପୀ “ସେବା ସଂକଳ୍ପ ଅଭିଯାନ- ପାଳନ କରାଯିବ । ଏହି ଅଭିଯାନରେ ସମ୍ବଲପୁର ଜିଲ୍ଲାରେ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ମାତୃଶକ୍ତି ତଥା ସମସ୍ତଙ୍କ ସହଯୋଗରେ ମା’ ସମଲେଶ୍ୱରୀ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରାଯିବ । ପ୍ରତ୍ୟେକ ପରିବାରରେ ଦୀପ ଜାଳିବା, ସ୍ୱଚ୍ଛତା କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ରହିଛି ।
Discover more from odia.bnslive.in
Subscribe to get the latest posts sent to your email.