କନ୍ଧମାଳ -:
ପୁଅ ଜିତେନ୍ଦ୍ର କହଁର ମାନସିକ ବିକାର ଗ୍ରସ୍ତ ହୋଇ ଥିବାରୁ ଯାହାକୁ ବି ଦେଖିଲେ ରାସ୍ତାରେ ବାଡ଼ିଆ ପିଟା କରୁଥିଲା। ସେଥି ପାଇଁ ମା କସ୍ତୁରୀ ପୁଅକୁ ନେଇ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ।ଗତ ଦୁଇ ଦିନ ତଳେ ନିଜ ଘରକୁ ଫେରିଥିଲେ। କିନ୍ତୁ ରଜେନ୍ଦ୍ର ସ୍ୱାସ୍ଥ୍ୟ ଅବସ୍ତା ଠିକ୍ ନଥିବାରୁ ହାତକୁ ବାନ୍ଧି କରି ରଖାଯାଇଥିଲା। ପୁଅର ଔଷଧ ଆଣିବା ପାଇଁ ଭଉଣୀ କଳ୍ପନା ବାହାରକୁ ଯାଇଥିବା ବେଳେ ମା ପୁଅର ହାତ ଖୋଲି ଦେଇଥିଲେ। ପୁଅ ହଠାତ୍ କାଠ ଫାଳିଆ ଉଠାଇ ମାଁ ର ମୁଣ୍ଡକୁ ଜୋରରେ ଆଘାତ ଦେଇଥିଲା। ମା କସ୍ତୁରୀ ଗୁରୁତର ହୋଇ ସେଠାରେ ହି ପଡିଯାଇ ମୃତ୍ୟୁ ବରଣ କରିଥିଲେ ।
ଏହି ଘଟଣା ପରେ ସ୍ତାନୀୟ ଲୋକେ ପୁଲିସକୁ ଖବର୍ ଦେବା ପରେ ଫୁଲବାଣୀ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ମା ଶରୀରକୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅଭିଯୁକ୍ତ ପୁଅକୁ ଗିରଫ କରି ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।
Discover more from odia.bnslive.in
Subscribe to get the latest posts sent to your email.