ଅତ୍ୟନ୍ତ ଗରୀବ ବ୍ୟକ୍ତି ବା ବିପିଏଲ ଶ୍ରେଣୀ ଲୋକଙ୍କ ପାଇଁ ଖୁବଶୀଘ୍ର ଆସିବ ଏହି ନୂଆ ନିୟମ

Creat A Revolution
           

ନୂଆଦିଲ୍ଳୀ -:

 ବିଶ୍ୱ ବ୍ୟାଙ୍କ୍‌ ମଝିରେ ମଝିରେ ଦରଦାମ ଓ ଜୀବନ ଯାପନରେ ଖର୍ଚ୍ଚ ବୃଦ୍ଧି ସହ ଅନ୍ୟ କିଛି ମାନକ ଆଧାରରେ ଅତ୍ୟନ୍ତ ଗରୀବ ଶ୍ରେଣୀରେ ପରିବର୍ତ୍ତନ କରିଥାଏ । ନିକଟରେ ବିଶ୍ୱ ବ୍ୟାଙ୍କ୍‌ ଅତ୍ୟନ୍ତ ଗରୀବ ବ୍ୟକ୍ତି ବା ବିପିଏଲ ଶ୍ରେଣୀରେ ପରିବର୍ତ୍ତନ କରିଥାଏ । ନୂଆ ମାନକ ଅନୁସାରେ ଏବେ ଦୈନିକ ୨.୧୫ ଡଲାର ବା ୧୬୭ ଟଙ୍କାରୁ ଯଦି କମ୍‌ ଆୟ ହୁଏ ତେବେ ସେମାନଙ୍କୁ ବିପିଏଲ ବା ବୋଲି ଧରାଯିବ ।ଏଥି ପୂର୍ବରୁ ପ୍ରତି ଦିନ ୧୪୭ ଟଙ୍କା ଆୟ କରୁଥିବା ବ୍ୟକ୍ତିକୁ ଅତ୍ୟନ୍ତ ଗରୀବ ବୋଲି ମନାଯାଉଥିଲା । ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଦରଦାମ ବୃଦ୍ଧି ପାଇଛି । ତେଣୁ ଏହି ନୂଆ ମାନକକୁ ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱ ବ୍ୟାଙ୍କ ଲାଗୁ କରିଦେବ ବୋଲି ଜଣାପଡ଼ିଛି ।

୭୦ କୋଟିରୁ ବଢ଼ିପାରେ ବିପିଏଲ ସଂଖ୍ୟା

ବିଶ୍ୱ ବ୍ୟାଙ୍କ ୨୦୧୭ ର ଦରଦାମ ଆଧାରରେ ନୂଆ ବୈଶ୍ୱିକ ଗରୀବ ରେଖା ୨.୧୫ ଡଲାରରେ ନିର୍ଦ୍ଧାରଣ କରାଯାଇଛି । ଅର୍ଥାତ ଏବେ ଯେଉଁ ବ୍ୟକ୍ତି ଦୈନିକ ୨.୧୫ ଡଲାର ବା ୧୬୭ ଟଙ୍କାରେ ନିଜର ଗୁଜୁରାଣ କରୁଛନ୍ତି ତାଙ୍କୁ ଅତ୍ୟଧିକ ଗରୀବ ଶ୍ରେଣୀର ବୋଲି ଧରାଯିବ । ୨୦୧୭ ରେ ଏହି ସଂଖ୍ୟା ୭୦ କୋଟିରେ ରହିଥିଲା ଏବେ ଏହା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ଭାରତରେ କମ ହେଉଛନ୍ତି ଗରୀବ ସଂଖ୍ୟା

ଭାରତରେ ବିପିଏଲ ସ୍ଥିତି ୨୦୧୧ ତୁଳନାରେ ୨୦୧୯ ରେ ୧୨.୦୩ ପ୍ରତିଶତ କମିଛି । ଗ୍ରାମୀଣ ଗରିବ ସଂଖ୍ୟା ମଧ୍ୟ କମିଛି । ଅର୍ଥାତ ଗାଁ ଲୋକଙ୍କର ମଧ୍ୟ ଅମଦାନୀ ବଢ଼ିଛି । ୨୦୧୧ ରେ ଗ୍ରାମୀଣ କ୍ଷେତ୍ରରେ ୨୨.୦୫ ପ୍ରତିଶତ ଗରୀବ ଥିବା ବେଳେ ୨୦୧୯ ରେ ଏହା ଅଧା ହ୍ରାସ ପାଇ ୧୦.୦୨ ରେ ପହଞ୍ଚିଛି । ଅର୍ଥାତ ଗ୍ରାମୀଣ କ୍ଷେତ୍ରରେ ଅତ୍ୟନ୍ତ ଗରୀବଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି ।

କ୍ଷୁଦ୍ର ଚାଷୀଙ୍କ ଆୟରେ ବୃଦ୍ଧି

କ୍ଷୁଦ୍ର ଚାଷୀଙ୍କ ଆମଦାନୀରେ ଦ୍ରୁତ ଭାବେ ଅଭିବୃଦ୍ଧି ଘଟିଛି । ୨୦୧୩ ଓ ୨୦୧୯ ମଧ୍ୟରେ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି । ତେବେ ବଡ଼ ଚାଷୀଙ୍କ ଆୟରେ କମ୍‌ ଅର୍ଥାତ ମାତ୍ର ୨ ପ୍ରତିଶତ ବୃଦ୍ଧି ଘଟିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading