ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ସାଲେପୁରର କୁଆଁପାଳ ରାସ୍ତାରେ ଏବେ ଟ୍ରାଫିକ ବ୍ୟବସ୍ଥା ବ୍ୟପଯ୍ୟସ୍ତ ହୋଇପଡିଛି । ରାସ୍ତାର ଦୁଇ ପାରଶ୍ୱରେ ଦୋକାନ ଓ ଉଠା ଦୋକାନ ରହିଛି । ଜିନିଷ କିଣାବିକା କରିବା ପାଇଁ ଲୋକ ସାଇକେଲ ମଟର ସାଇକେଲ ରଖିଥାନ୍ତି ।ଏଥିପାଇଁ ପ୍ରାୟ ସମୟ ଭିଡ ଦେଖିବାକୁ ମିଳିଥାଏ ବିଶେଷ କରି ସାଲେପୁର କୋଟ ପାଖରେ ।ଏଥିପାଇଁ ଲୋକେ ନାଇଁ ନଥିବା ଅସୁବିଧା ତଥା ଦୂରଘଟଣା ର ସମ୍ମୁଖୀନ ହୋଇଥାନ୍ତି ।ଆଜି ସାଲେପୁର କୁଆଁପାଳ ରାସ୍ତାର କୋର୍ଟ ନିକଟରେ ଏକ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଏକ କାର୍ ରୁ ବାହାରୁ ଥିବା ସମୟରେ ଜୈନିକ ଆଠ ବର୍ଷ ର ବାଳକ ଟିକୁ ହାଇୱା ଧକ୍କା ଦେବା ସମୟରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣା ରୁ ପ୍ରକାଶ ଯେ ନିଜ ପରିବାର ସହ କାର ଯୋଗେ ସାଲେପୁରରୁ କୁଆଁପାଳ ରାସ୍ତାରେ ଯାଉଥିବା ସମୟରେ କାରଟି ସାଲେପୁର କୋର୍ଟ ନିକଟ ରେ ରେ ଅଟକି ଥିଲା ହଟାତ କାର ଡୋର ଖୋଲି ପଦାକୁ ଆସିବା ସମୟରେ ପଛପଟୁ ଏକ ହାୱିଆ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ରେ ପିଲାଟି ର ମୃତ ଘଟି ଥିଲା ।ଏହି ପ୍ରତିବାଦ ରେ ସ୍ଥାନୀୟ ଲୋକ ମାନେ ଦିନ ରେ ଭାରି ଯାନ ଚଳା ଚଳ କୁ ବିରୋଧ କରି ରାସ୍ତା ରୋକ କରିଛନ୍ତି।ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଏଭଳି ଅସୁବିଧା ହେଉଛି ଓ ଆଗାମୀ ଦିନରେ ଏଥିରେ ସୁଧାର ନ ଆଣିଲେ ପ୍ରତିବାଦ ଆହୁରି ତ୍ରୀବତର ହେବ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।
Discover more from odia.bnslive.in
Subscribe to get the latest posts sent to your email.
