ଦେଶ ଜଳୁଛି, ଭାଇଚାରା ପାଇଁ କାହିଁକି ଅପିଲ କରୁନାହାଁନ୍ତି : ଅଶୋକ ଗେହଲଟ୍

Creat A Revolution
           

ନୂୂଆଦିଲ୍ଲୀ

-: ଦେଶ ଜଳୁଛି, ଉତ୍ତେଜନା ବଢ଼ୁଛି, ଲୋକଙ୍କ କ୍ରୋଧ ସହ ହିଂସା ବି ବଢ଼ୁଛି, ଏଭଳି ସମୟରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାତ ଯୋଡ଼ି ନିିବେଦନ କରୁଛି ଯେ, ‌ସେ ଦେଶବାସୀଙ୍କୁୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ଦେଶବାସୀଙ୍କୁ ଅପିଲ କରନ୍ତୁ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପୁଣି ଥରେ ଏଭଳି ନିବେଦନ କରିଥିବା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ ଯେତେବେଳେ ହାଇଦ୍ରାବାଦରେ ବିଜେପି କାର୍ଯ୍ୟକାରିଣୀ ବୈଠକ ଚାଲିଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶାନ୍ତି ପାଇଁ ନିବେଦନକରିବାକୁ ଏକ ସୁଯୋଗ ମିଳିଥିଲା।

କିନ୍ତୁ ସେ ଅନେକ ବିଷୟରେ ଆଲୋଚନା କରିଥିଲେ ବି ଦେଶରେ ହେଉଥିବା ହିଂସା ବିଷୟରେ କିଛି କହିନଥିଲେ। ଦେଶ ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ଶାନ୍ତି ପାଇଁ ଅପିଲ ନକରିବା ରହସ୍ୟମୟ ଅଟେ। ଏହା ପୂର୍ବରୁ ଉଦୟପୁରର ଦର୍ଜି କହ୍ନୈୟା ଲାଲଙ୍କ ହତ୍ୟାକୁ ନେଇ ଅଶୋକ ଗେହଲଟ୍ ପ୍ରଧାନମନ୍ତ୍ରୀଙ୍କୁ ଶାନ୍ତି ପାଇଁ ଅପିଲ କରିବାକୁ କହିଥିଲେ। ସେ କହିଥିଲେ ଯେ, ଜଣେ ଯୁବକଙ୍କର ଏଭଳି ହତ୍ୟା କରାଯିବା ଦୁଃଖଦାୟକ ଏବଂ ଲଜ୍ଜାଜନକ। ଏବେ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ମୁଁ ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିଆସିଛି ଯେ, ସେମାନେ ଦେଶକୁ ସମ୍ବୋଧିତ କରି ଶାନ୍ତି ବଜାୟ ରଖିବାକୁ ଅପିଲ କରନ୍ତୁ। ଆମେ କହିବା ଦ୍ବାରା ଯେତିକି ପ୍ରଭାବ ପଡ଼ିବ, ପ୍ରଧାନମନ୍ତ୍ରୀ କହି‌ଲେ ତା’ଠାରୁ ଅଧିକ ପ୍ରଭାବ ପଡ଼ିବ। ମୁଁ ଭାବୁଛି ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ସ୍ଥିତିରେ ସମଗ୍ର ଦେଶକୁ ସମ୍ବୋଧିତ କରିବା ଉଚିତ୍ ଏବଂ କୌଣସି ପରିସ୍ଥିତିରେ ହିଂସା ଗ୍ରହଣ କରାଯିବ ନାହିଁ ବୋଲି କହିବା ଉଚିତ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading