Creat A Revolution
ସାଲେପୁର (ଶିଶୁ କୃଷ୍ନ ନନ୍ଦ)- : ଆଜି ଜିଏସଟି ପ୍ରତ୍ୟାହାର ଦାବିରେ କଟକ ସାଲେପୁର ତହସିଲ ଅଫିସ ସମ୍ମୁଖରେ ସିପିଆଇ ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଟକ ଜିଲ୍ଲା ସଖା ଆନୁକୂଲ୍ୟରେ ଆୟୋଜିତ ଏକ ବିକ୍ଷୋଭ ଓ ପ୍ରତିବାଦ ସଭାରେ ସିପିଆଇର ବହୁ କର୍ମୀ ଯୋଗ ଦେଇଥିଲେ।
ଚୁଡା, ମୁଢି ଓ ଗୋଖାଦ୍ୟ ଉପରେ ସମ୍ପୂର୍ଣ୍ଣ ଭାବରେ ଜି ଏସ ଟି ଉଚ୍ଛେଦ ଦାବିରେ ସେମାନେ ଏଭଳି ପ୍ରତିବାଦ କରିବା ସହ ଏକ ଦାବି ପତ୍ର ତହସିଲଦାରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଦେଇଛନ୍ତି। ଯଦି ତୁରନ୍ତ ଏହା ପ୍ରତ୍ୟାହାର ନହୁଏ ତେବେ ଆଗାମୀ ୩୧ତାରିଖ ଦିନ ସିପିଆଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
Discover more from odia.bnslive.in
Subscribe to get the latest posts sent to your email.