IRCTCର ଶସ୍ତା ପ୍ୟାକେଜ : ବୁଲିପାରିବେ ବାରଣାସୀରୁ ଅଯୋଧ୍ୟା, ଜାଣନ୍ତୁ କିପରି କରିବେ ବୁକିଂ …

Creat A Revolution
           

ରେଳ ବିଭାଗ ନିଜ ଯାତ୍ରୀଙ୍କ ପାଇଁ ଆଣିଛି ନୂଆ ଟୁର ପ୍ୟାକେଜ। ଏହି ଟ୍ରିପରେ ଯାତ୍ରୀମାନେ ସ୍ୱଦେଶ ଭ୍ରମଣର ମଜା ଉଠାଇପାରିବେ। ଏହାର ନାମ ରହିଛି ସ୍ୱଦେଶ ଦର୍ଶନ ଶ୍ରୀ ରାମପଥ। ଆଜି ଆମେ କହିବୁ ଆପଣ ଏହି ଟୁର ପ୍ୟାକେଜର କେବେଠୁ ଆଉ କିପରି ଫାଇଦା ଉଠାଇପାରିବେ l ରେଳ ବିଭାଗ ତରଫରୁ ଆସିଲା ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର। ଏହି ଖାସ୍‌ ପ୍ୟାକେଜ ରହିଛି ଟ୍ରେନ ଯାତ୍ରାକୁ ନେଇ.. ଯେଉଁଥିରେ ଆପଣ ଅନେକ ତୀର୍ଥ ସ୍ଥାନ ବୁଲିପାରିବେ। ଏହି ପ୍ୟାକେଜର ନାମ ରହିଛି ସ୍ୱଦେଶ ଦର୍ଶନ ଶ୍ରୀ ରାମପଥ ଯାତ୍ରା। ଏଥିରେ ଆପଣଙ୍କୁ ହରିଦ୍ୱାର, ଅଯୋଧ୍ୟା ଭଳି ଅନେକ ଧାର୍ମିକ ସ୍ଥାନ ବୁଲିବାର ମୌକା ମିଳିବ। ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ଆଇଆରସିଟିସି ଏହା ସମ୍ପର୍କରେ ସୂଚନା ଦେଇଛ ି। ଏହି ଯାତ୍ରା ୨୬ ନଭେମ୍ବର ୨୦୨୨ ରୁ ଆରମ୍ଭ ହେବ। ଏହା ୮ଦିନ ଓ ୭ ରାତି ପର୍ଯ୍ୟନ୍ତ ରହିଛି। ଏହି ପ୍ୟାକେଜ ର ଦାମ ରହିଛି ମାତ୍ର ୧୬ ହଜାର ୮୨୦ ଟଙ୍କା। ପ୍ରତି ବ୍ୟକ୍ତି ଏହ ି ଶୁଳ୍କ ଦେଇ ଯାତ୍ରା କରିପାରିବେ। ଏମିତିରେ ୩ଏସି କ୍ଲାସ ପାଇଁ ପ୍ରତି ବ୍ୟକ୍ତି ହିିସାବରେ ଶୁଳ୍କ ରହିଛି ୨୦,୮୪୦ ଟଙ୍କା। ଯଦି ଆପଣ ବି ଏହି ଯାତ୍ରା କରିବାକୁ ଚାହୁଁଛ ନ୍ତି ତେବେ ତୁରନ୍ତ ିକେଟ ବୁକ କରନ୍ତୁ।

ଏବେ ଜାଣନ୍ତୁ ପ୍ୟାକେଜ ର ଡିଟେଲ୍ସ:
ପ୍ୟାକେଜର ନାମ: ସ୍ୱଦେଶ ଦର୍ଶନ ଶ୍ରୀ ରାମ ପଥ ଯାତ୍ରା
ଟ୍ରାଭେଲିଂ ମୋଡ: ଟ୍ରେନ
କ୍ଲାସ: ଏସି ଓ ସ୍ଲିପର ଯିବା ତାରିଖ: ୨୬ ନଭେମ୍ବର ୨୦୨୨
ଖାଇବା ପ୍ଲାନ: ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର

କେତେ ଆସିବ ଭଡ଼ା ?
ଏହି ପ୍ୟାକେଜରେ ସ୍ଲିପର କ୍ଲାସ ପାଇଁ ୧୬,୮୨୦ ଟଙ୍କା ଓ ଏସି କ୍ଲାସ ପାଇଁ ୨୦,୮୪୦ ଟଙ୍କା ଜଣକା ହିସାବରେ ପଡ଼ିବ।

ଡେଷ୍ଟିନେସନ କୋଡ :
ଅଯୋଧ୍ୟା- ହରିଦ୍ୱାର- ଋଷିକେଶ- ବାରଣାସୀ

ବୋର୍ଡିଂ ଓ ଡିବୋର୍ଡିଂ ପଏଣ୍ଟ :
ଅଗରତାଲା- ବଦରପୁର- ଗୌହାଟି- ନ୍ୟୁ କୋଚ ବିହାର- ନ୍ୟୁ ଜଲପାଇଗୁଡ଼ି- କଟିହାର

ଏହି ପ୍ୟାକେଜରେ ଆପଣଙ୍କୁ ସ୍ଲିପର କ୍ଲାସ ରେ ଯାତ୍ରା କରିବାକୁ ହେବ। ଷ୍ଟାଣ୍ଡାର୍ଡ ରୁମ୍ସ ଡବଲ ଓ ଟ୍ରିପଲ ସେୟାରିଂ କୁ ଦେଖି ମିଳିବ। ଏହାବ୍ୟତିତ ଜଳଖିଆ ସହ ଦିନ ଓ ରାତି ଖାଇବା ମିଳିବ। ୨ ଲିଟର ପିଇବା ପାଣି ମିଳିବ। ଏହାସହ ଟ୍ରାଭେଲ ଇନସୁରାନ୍ସର ସୁବିଧା ମିଳିବ।
ଯଦି ଆପଣ ଏହି ପ୍ୟାକେଜ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ https://bit.ly/3kqptP4 ଲିଙ୍କ କୁ ଭିଜିଟ୍‌ କରିପାରିବେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading