୨୦୨୩ ଏସିଆ କପ୍‌ କ୍ରିକେଟ୍‌, ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ

Creat A Revolution
           

ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ । ଏସିଆ କପ୍‌ କ୍ରିକେଟ ଖେଳିବାକୁ ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ । ୨୦୨୩ ଏସିଆ କପ୍‌ କ୍ରିକେଟ୍‌ ନିରପେକ୍ଷ ସ୍ଥାନରେ ଖେଳାଯିବ । ଏନେଇ ସୂଚନା ଦେଇଛନ୍ତି ଏସିଆ କ୍ରିକେଟ୍‌ କାଉନ୍‌ସିଲର ସଭାପତି ଜୟ ଶାହ । ଫଳରେ ଏହି ପ୍ରତିଯୋଗିତା ପୁଣି ଥରେ ୟୁଏଇରେ ଆୟୋଜିତ ହେବା ନେଇ ସମ୍ଭାବନା ଦେଖାଦେଇଛି । ଯଦି ଭାରତ ଏସିଆ କପ୍‌ ଖେଳିବାକୁ ନଆସେ, ତାହେଲେ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ପାକିସ୍ତାନ ବର୍ଜନ କରିବ ବୋଲି ଧମକ ଦେଇଛି । ଯଦି ପାକିସ୍ଥାନ ଦିନିକିଆ ବିଶ୍ୱକପକୁ ବର୍ଜନ କରେ, ତେବେ ଆଇସିସି ଓ ଏସିସି ବ୍ୟାବସାୟିକ କ୍ଷେତ୍ରରେ କ୍ଷତି ସହିବ । ସୂଚନା ଥାଉକି, ଏପଟେ  ବିସିସିଆଇରେ ବିନ୍ନି ଯୁଗ । ପୂର୍ବତନ କ୍ରିକେଟର ତଥା କ୍ରିିକେଟ ପ୍ରଶାସକ ରୋଜର ବିନ୍ନି ବିସିସିଆଇର ନୂଆ ବସ୍‌ ।

ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେବେ ୬୭ ବର୍ଷୀୟ ବିନ୍ନି। ମୁମ୍ବାଇରେ ବିସିସିଆଇର ୯୧ତମ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିସିସିଆଇ ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ ବିନ୍ନି। ସଭାପତି ପଦ ପାଇଁ ଆଉ କେହି ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ନୂଆ ସଭାପତି ିଯୁକ୍ତ ହେବା ପରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ଫୋକସ୍‌ ରହିବ ବୋଲି କହିଛନ୍ତି ବିନ୍ନି । ପ୍ରଥମେ ଖେଳାଳିଙ୍କ ଆହତ ସମସ୍ୟା କିପରି କମ ରହିବ ତାକୁ ଧ୍ୟାନ ଦେବେ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଖେଳାଳି ଆହତ ହେବା ଦ୍ୱାରା ପୂରା ରଣନୀତି ପ୍ରଭାବିତ ହୋଇଥାଏ। ଏହା ସହ ଦେଶର ପିଚ୍‌ ଗୁଡ଼ିକ ଉପରେ ଧ୍ୟାନ ଦେବେ ବୋଲି ସେ କହିଛନ୍ତି । ଜୟ ଶାହା ଦ୍ୱିତୀୟ ଥର ପାଇଁ ବୋର୍ଡର ସଂପାଦକ ଭାବେ ମନୋନୀତ କରାଯାଇଛି। ଉପସଭାପତି ଭାବେ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଭାବେ ଆଶିଷ ସେଲାର ନିର୍ବାଚିତ ହୋଇଛନ୍ତି। ଆଇପିଏଲ ସଭାପତି ଭାବେ ଅରୁଣ ଧୁୁମଲ ନିର୍ବାଚିତ ହୋଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading