ଗଦାଧରପୁର କପ କ୍ରିକେଟ, ଜୋରନ୍ଦାକୁ ହରାଇ କୁମାରବସ୍ତ ଫାଇନାଲରେ

Creat A Revolution
           


ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ରେ ମା ଭବାନୀ ସ୍ପୋର୍ଟସ ଆନୁକୂଲ୍ୟରେ ଚାଲିଥିବା ୩୨ ତମ ଗଦାଧରପୁର କପ କ୍ରିକେଟ ଟୁର୍ଣ୍ଣାମେଂଟ ର ଆଜିର ଅନ୍ତିମ ସେମିଫାଇନାଲ ମ୍ୟାଚରେ ଜୋରନ୍ଦା କ୍ରିକେଟ କ୍ଳବ କୁ କୁମାରବସ୍ତ କ୍ରିକେଟ କ୍ଳବ ୬୩ ରନ ରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଛି। କୁମାରବସ୍ତ ଦଳ ପ୍ରଥମେ ବ୍ୟାଟିଂ କରିବାର ନିମନ୍ତ୍ରଣ ପାଇ ୧୯ ଓଭର ରେ ସମସ୍ତ ଉଇକେଟ ହରାଇ ୨୨୮ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ।

ଜବାବରେ ଜୋରନ୍ଦା ଦଳ ମାତ୍ର ୧୬.୫ ଓଭର ରେ ସମସ୍ତ ଉଇକେଟ ହରାଇ ମାତ୍ର ୧୬୫ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। କୁମାରବସ୍ତ ଦଳର ଖେଳାଳୀ ଉତ୍ତମ ମହାନ୍ତି ୧୭ ବଲରୁ ବିସ୍ଫୋରକ ୬୭ ରନ ସଂଗ୍ରହ କରିଥିବାରୁ ତାଙ୍କୁ ଆଜିର ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ଗଦାଧରପୁର ସେବା ସମବାୟ ସମିତି ଲିଃର ସମ୍ପାଦକ ଶାନ୍ତନୁ କୁମାର ଖଟୁଆ ଯୋଗଦେଇ ଉଭୟ ଦଳର ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ।ଆଜିର ଖେଳ କୁ ନରେଶ ରାଉତ ଓ ରମେଶ ସ୍ୱାଇଁ ପରିଚାଳନା କରିଥିବାବେଳେ ଶରତ କୁମାର ରାଉତ ଓ ଅଶୋକ କୁମାର ଖଟୁଆ ଖେଳ ରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ୨୨ ତାରିଖରେ ପ୍ରତିଯୋଗିତାର ଫାଇନାଲ ମ୍ୟାଚ କୁମାରବସ୍ତ କ୍ରିକେଟ କ୍ଳବ ଓ ମାର୍ଥାପୁର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading