ଫିରିଙ୍ଗିଆ ପୋଲିସ ଦ୍ୱାରା ବଡମ୍ବା-ତିଗିରିଆର ୪ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆ ଗିରଫ, କାର ସହ ୫୫ କେଜି ଗଞ୍ଜେଇ ଜବତ

Creat A Revolution
           

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ଫିରିଙ୍ଗିଆ ବ୍ଲକ୍ ଫିରିଙ୍ଗିଆ ପୋଲିସ ଦ୍ୱାରା ଗତ କାଲି ଗୋଟିଏ ବାଲେନୋ କାର ସହ ୪ ଜଣ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ୫୫ କେଜି ଗଞ୍ଜେଇ ଜବତ କରିବାରେ ଫିରିଙ୍ଗିଆ ପୋଲିସ ସଫଳ ହୋଇଛି । ସୂଚନା ମୁତାବକ ଗତକାଲି ଫିରିଙ୍ଗିଆ ପୋଲିସକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ମିଳି ଥିଲା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ବରେବାଟା ଗାଁ ନିକଟ ରାସ୍ତା ରେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ବାଲେନୋ କାରକୁ ଅଟକାଇବା ପରେ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣା ପଡ଼ି ଥିଲା

ଘଟଣା ସ୍ଥଳରୁ କାରକୁ ଜବତ କରିବା ସହ କାରରେ ବସିଥିବା ୪ଜଣକୁ ଅଟକ ରଖିବା ପରେ ସେମାନେ ବାହାର ଜିଲ୍ଲାର ପେଶାଦାର ଗଞ୍ଜେଇ ମାଫିଆ ହୋଇ ଥିବା ଜଣା ପଡି ଥିବା ବେଳେ ବଡମ୍ବା ଥାନା କାଶୀ କିଆରୀ ଗାଁର ବାପୁନା ଶେଠ୍ ଓ ଗଣେଶ ଦାସ ଥାନା ବଡମ୍ବା ଜିଲ୍ଲା କଟକ ଓ କାହୁଁ ଚରଣ ପାତ୍ର ରତାପାଟ ଗାଁ ଥାନା ବଡମ୍ବା ଓ ଗୋକୁଳା ନନ୍ଦ ସାମଲ କଣ୍ଠି ପୋଲ ଗାଁ ଥାନା ତିଗିରିଆ ଜିଲ୍ଲା କଟକ ବୋଲି ଜଣା ପଡିଛି । ଅନ୍ୟ ପଟେ ଏହି ଘଟଣାରେ ନୂଆ ବାଲେନୋ କାର OD 02CE 6457କୁ ଜବତ କରିବା ସହ ଗଞ୍ଜେଇ ଚାଲାଣ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନରେ ୨୨/୨୦୨୩ ରେ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading