ବଡମ୍ବା ବିଧାରପୁର ଠାରେ ପୁର୍ବ ଶତ୍ରୁତାରୁ ନୃଷଂସ ହତ୍ୟା

Creat A Revolution
           

ଆଠଗଡ଼-: ବଡମ୍ବା ଥାନା ବିଧାରପୁର ଠାରେ ଜଣେ ଯୁବକଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ ହତ୍ୟା କରାଯାଇଛି।ଘଟଣାର ବିବରଣୀରୁ ପ୍ରକାଶ ଯେ ମୃତକ ଯୁବକ ସୁଧାକର ଜେନା (୩୦) ମଣିଆବନ୍ଧ ଗ୍ରାମରୁ ଭୋଜି ଖାଇ ନିଜଗ୍ରାମ ବନମାଲିପୁରକୁ ଫେରୁଥିବା ବେଳେ ସେହି ଗ୍ରାମର ପଵିତ୍ରଜେନା ଖୁଣ୍ଟୁଣି-ନରସିଂପୁର ରାଜ୍ୟ ରାଜପଥ ର ବିଧାରପୁର ଠାରେ ଏକ ଶାବଳ ଦ୍ୱାରା ତାଙ୍କ ମୁଣ୍ଡକୁ ଆଘାତ କରି ହତ୍ୟାକରିଥିଲା।

ଅନୁସନ୍ଧାନରୁ ଜଣାପଡିଛି ଯେ ମୃତକ ସୁଧାକରଙ୍କ ସହ ହତ୍ୟାକାରୀ ପବିତ୍ର ଙ୍କ ଅନେକ ଦିନ ହେଲା ପାରିବାରିକ ଶତ୍ରୁତା ଥିଲା।ମୃତକର ମାଆ ଲିଲୀ ଜେନା ତିଗିରିଆ ଥାନାରେ ଏତଲା ଦେବା ପରେ ମଣିଆବନ୍ଧ ଫାଣ୍ଡି ଅଧିକାରି ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ବଡମ୍ବା ଡାକ୍ତର ଖାନାକୁ ପଠାଇ ଦେଇଛନ୍ତି।ତେଵେ ହତ୍ୟାକାରୀ ଫେରାର ହୋଇଯାଇଛି।ପୋଲିସ ତଦନ୍ତ ଚାଲୁରହିଛି ବୋଲି ମାଣିଆବନ୍ଧ ଫାଣ୍ଡି ଅଧିକାରୀ ବସନ୍ତକୁମାର ଶତପଥୀ ଜଣାଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading