ଆଠଗଡରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

Creat A Revolution
           

ଆଠଗଡ଼-: କଥା ଦେଇଥିଲେ ସାରା ଜୀବନ ଅପେକ୍ଷା କରିବାକୁ କିନ୍ତୁ କଥା ରଖିଲେନି।ଅଧା ବାଟରୁ ହାତଛାଡି ଚାଲିଗଲେ।ଏ ଜୀବନ ରଖି ଲାଭ କଣ।ସିଏ ମୋତେ ଯେଉଁଠି ଅପେକ୍ଷା କରିଛନ୍ତି ମୁଁ ମଧ୍ୟ ସେଇଠିକି ଚାଲିଯିବି।ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ର ର କାହାଣୀ ନୁହେଁ ବରଂ ବାସ୍ତବ ରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ଗ୍ରାମରେ।

ଗତ ଦୁଇଦିନ ତଳେ ଆଠଗଡ଼ ଥାନା ରାଉତରାପୁର ଗ୍ରାମର କାଜୁ ଜଂଗଲ ରେ ବିଫଳ ପ୍ରେମ ଯୋଗୁଁ ରସି ଲଗାଇଆତ୍ମହତ୍ୟା କରିଥିବା ସାନ ମୁଣ୍ଡଳୀ ଗ୍ରାମର ଯୁବକଙ୍କ ତଥାକଥିତ ପ୍ରେମିକା ଆଜି ସମାନ ଢଙ୍ଗରେ ରସିଲଗାଇ ଆତ୍ମହତ୍ୟା କରିଛି।ଆତ୍ମହତ୍ୟା କରିଥିବା ପ୍ରେମିକ ଓ ପ୍ରେମିକା ଉଭୟ ବିବାଜିତ।ଉଭୟଙ୍କ ର ଘରସଂସାର ଅଛି କିନ୍ତୁ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ପରସ୍ପର ଆକର୍ଷିତ ହୋଇ ପ୍ରେମରେ ପଡି ଯାଇଥିଲେ।କେହି କାହାରିକୁ ପାଇବାର ଆଶା ନଥିଲା। ତେଣୁ ଉଭୟ ଆତ୍ମହତ୍ୟା ର ବାଟ ବାଛିନେଲେ।ଏହି ଘଟଣା କଖଡି ଓ ସାନ ମୁଣ୍ଡଳୀ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଚୌଦ୍ୱାର ପୋଲିସ ଏକ ଅପମୃତ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading