କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ପାଦେରିପଡା ଓ ଝିଡିଙ୍ଗିପଡାର ଘର ସଂଖ୍ୟା ମିଶି ୫୦ରୁ ଉର୍ଦ୍ଧ ହୋଇଥିବା ବେଳେ ଏହି ଦୁଇ ଗ୍ରାମର ୨୫୦ରୁ ଉର୍ଦ୍ଧ ଜନସାଧାରଣ ଙ୍କ ଯାତାୟତରେ ବାଧକ ସାଜିଛି ବାଡିଙ୍ଗିକୁଟି ନାଳ l ବର୍ଷାଦିନ ଆସିଲେ ଏମାନଙ୍କ ପାଇଁ କାଠ ପୋଲ ଭରସା ସାଜୁଥିବା ବେଳେ ପାଣି ସ୍ରୋତରେ ପୋଲ ଭାସି ଗଲେ ଆର ପାରିରେ ଥିବା ଗାଁ ଗୁଡିକ ଠାରୁ ବିଛିନ୍ନ ହୋଇଯାଆନ୍ତି ଏମାନେ | ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର ଏପରି କି ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଓ ଚାଉଳ ପାଇଁ ଯିବାକୁ ହେଲେ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି |ବାଡ଼ିଙ୍ଗିକୁଟି ନାଳ ରାଇଗୁଡା ,ଝିଡିଙ୍ଗିପଡା ଲୁଇସିଂ ପଞ୍ଚାୟତଠାରୁ ପାଦେରଘପଡା ଦେଇ ଯାଇଥିବା ରାସ୍ତା ମଝିରେ ପଡୁଛି । ଏହି ନାଳରେ ପ୍ରତିବର୍ଷ ଲୋକେ କାଠ ପୋଲ କରି କିମ୍ବା କାଠକୁ ଗଛ ସହ ଯୋଡ଼ି ବିପଦପୂର୍ଣ୍ଣ ଭାବେ ଯାତାୟତ କରିଥାନ୍ତି l ପ୍ରତିବର୍ଷ ବର୍ଷାରେ ଧୋଇ ହୋଇଯାଏ ପୁଣି ନିଜ ଖର୍ଚ୍ଚରେ କାଠ ଆଣି ପୋଲ ନିର୍ମାଣ କରି ବିଦ୍ୟାଳୟଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଏମିତି କି ପ୍ରତ୍ୟେକ କାର୍ଯ୍ୟ ପାଇଁ କାଠ ପୋଲ ଉପରେ ନିର୍ଭର କରିବାକୁ ପଡ଼ିଥାଏ l ବର୍ତ୍ତମାନ କିଛି ଦିନ ହେବ ବର୍ଷା ଲାଗି ରହିଥିବାରୁ ପାଦେରୀପଡା,ଝିଡିଙ୍ଗ୍ ପଡା ନାଳରେ ପ୍ରବଳ ବର୍ଷା ପାଣି ଯାଉଥିବାରୁ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଥିବା ଦେଖିବାକୁ ମିଲିଛି lତୁରନ୍ତ ଏହି ଝିଡିଙ୍ଗିପଡା ଓ ପାଦେରୀପଡା ନାଳରେ ଯାତାୟତ ସୁବିଧା ପାଇଁ ପୋଲ ନିର୍ମାଣ କରିବାକୁ ସମାଜ ସେବୀ ରାଜିବ ଦିଗାଲ,ସନ୍ତୋଷ କହଁର, ରବିନ୍ଦ୍ର ଦିଗାଲ, ନକୁଳ କହଁର, ନନ୍ଦ କହଁର, ଗିରିଧାରୀ କହଁର, ଲଲିତା କହଁର, ସୁମିତ୍ରା କହଁର, ଶିବାନୀ କହଁର,ସାମନ୍ତ କହଁର ଙ୍କ ସହ ସମୂହ ଅଞ୍ଚଳବାସୀ ଦାବି କରିଛନ୍ତି l
ଯାତାୟତରେ ବାଧକ ସାଜିଛି ବାଡିଙ୍ଗିକୁଟି ନାଳ,ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବି ।
Creat A Revolution
