ଉଦଯାପିତ ହେଲା କରଣ୍ଡାଗଡ଼ରେ ଚାଲିଥିବା ବିନ୍ଦାସ କପ ଜିଲ୍ଲାସ୍ତରୀୟ ଭଳିବଳ ପ୍ରତିଯୋଗିତା

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳ ଦଣ୍ଡିକିଆ ଠାରେ ଚାଲିଥିବା ବିନ୍ଦାସ କପ ଜିଲ୍ଲା ସ୍ତରୀୟ ଭଳିବଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I କରଣ୍ଡାଗଡ଼ରେ ଥିବା ବିରୁପାକ୍ଷ ଯୁବକ ସଙ୍ଘ ଓ ବିନ୍ଦାସ କ୍ଳବ ର ମିଳିତ ଆନୁକୂଲ୍ୟରେ ପ୍ରତ୍ବେକ ପରି ଚଳିତ ବର୍ଷ ମଧ୍ୟ୍ୟ କ୍ଳବ ର ସଭାପତି କାଳିଦାସ ମାଝୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର କୋଣଅନୁକୋଣରୁ ବଛାବଛା ବର ଟା ଟିମ ଭାଗନେଇଥିବା ବେଳେ ପ୍ରତିଯୋଗିତାରେ ଉଦଯାପନୀ ଉତ୍ସବ ରେ ଫୁଲବାଣୀ ର ପୂର୍ବତନ ବିଧାୟକ ତଥା ଜିଲ୍ଲାର ଜଣାଶୁଣା କ୍ରୀଡା ସଙ୍ଘଠକ ଦେବେନ୍ଦ୍ର କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I

ଅନ୍ୟମାନଙ୍କ ମଧ୍ୟ୍ୟରେ ଫିରିଙ୍ଗିଆ ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷା ଲାଲନନ୍ଦା ପ୍ରଧାନ, ଦଣ୍ଡିକିଆ ସରପଞ୍ଚ ଶଙ୍କର ପ୍ରଧାନ, ସମାଜ ଶେବି ତଥା ଫିରିଙ୍ଗିଆ ପାଣ କୁଲ ସମାଜ ସଭାପତି ଚନ୍ଦ୍ରମୋହନ ନାଏକ ଙ୍କ ସହ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ I କ୍ଳବ ର ମ୍ୟାନେଜର ଡାନିଏଲ ଦିଗାଲ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ପ୍ରତି ଯୋଗିତା ଟି ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ଶିକ୍ଷକ ସିମାଞ୍ଚଳ ମୁଖି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I ଏହାସହ ଆଠ ଦିନ ଧରି ଚାଲୁରହିଥିବା ଏହି ପ୍ରତିଯୋଗିତାରେ ଜିଲ୍ଲାର ଜଣାଶୁଣା ଭଳିବଳ ଖେଳ ପରିଚାଳକ ମନୋରଞ୍ଜନ ଡିଗାଲ ଖେଳ ପରିଚାଳନା କରିଥିବା ବେଳେ କ୍ଳବ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ପ୍ରତିଯୋଗିତାରେ ଆଠ ଦିନ ଧରି ପୁର୍ଣ ସହଯୋଗ କରିଥିଲେ I

ତେବେ ଜି ଉଦୟଗିରି ସେନ ସିକ୍ସ ଓ ବାଲିଗୁଡା ଉପଖଣ୍ଡ ବରଖମା ର ରେଡି ସିକ୍ସ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ସେନ ସିକ୍ସକୁ ପାଞ୍ଚ ସେଟ ରେ ହରାଇ ରେଡି ସିକ୍ସ ବରଖମା ଚାମ୍ପିୟନ ହୋଇଥିଲା I ସେପଟେ ଏହୁ ପ୍ରତିଯୋଗିତା ଅବସରରେ ସେମ ସିକ୍ସ ଟିମ ର ଆଶିଷ କୁମାର ଙ୍କୁ ଶ୍ରେଷ୍ଠ ନେଟର ଭାବରେ ପୁରସ୍କୃତ କରାଯାଇଥିବା ବେଳେ ରେଡି ସିକ୍ସ ଟିମ ର ବିଟୁ ବାବୁ ଙ୍କୁ ଶ୍ରେଷ୍ଠ ହିଟର ଭାବରେ ପୁରସ୍କୃତ କରାଯାଇଥିବା ବେଳେ ରୁଦାଙ୍ଗିଆ ଭଳିବଳ ଟିମ କୁ ଶ୍ରେଷ୍ଠ ଶୃଙ୍ଖଳିତ ଟିମ ଭାବରେ ପୁରସ୍କୃତ କରାଯାଇଥିଲା I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading