ବଡ଼ମ୍ବା –: କିରୋସିନ ଢାଳି ନିଜକୁ ଜାଳିଦେଲା ବଡମ୍ବାର ମନିଷା ସ୍ୱାଇଁ l କାନ୍ଦି କାନ୍ଦି ରାସ୍ତାରେ ଗଡିଯାଉଛି ମା, ଜଳିଲା ବଡମ୍ବା … l ନ୍ୟାୟ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ବସିଲେ ପରିବାର …l ସତରେ ନାରୀ କାହିଁକି ନିଜେ ନଜକୁ ଦୁର୍ବଳା ଭାବୁଛି । ଏ ସଭ୍ୟ ସମାଜ କଣ ନାରିକୁ ସୁରକ୍ଷା ଦେବାରେ ଏତେ ଅପାରଗ ଓ ଅକ୍ଷମ । ଯେଉଁ ନାରୀ ପେଟରୁ ଜନ୍ମ ହେଲ ପୁଣି ସେହି ନାରୀର କ୍ଷୀର ପିଇ ବଡ ହେଲ । ନାରୀର ସ୍ନେହ ଶ୍ରଦ୍ଧା ପାଇ ତମେ ଆଗକୁ ଗଲାପରେ ନାରୀକୁ ଖେଳନା କରି ଫୋପାଡି ଦେଉଛ କାହିଁକି । ହଁ ଦର୍ଶକ ବନ୍ଧୁ ପୁରୁଷ ମାନେ କାହିିଁ ଏତେ ତଳକୁ ଖସି ଯାଉଛନ୍ତି । କିଛି କ୍ଷଣର ସୁଖ ପାଇଁ ନାରୀକୁ ତିଳ ତିଳ କରି ମାରୁଛନ୍ତି କାହିଁକି । କେଉଁଠି ନିଜେ ନିଜକୁ ଜାଳି ଦେଉଛି ତ କେଉଁଠି ପୁଣି କିଏ ଫାଶିରେ ଝୁଲୁଛି । ସତେ ଯେମିତି ଆତ୍ମହତ୍ୟା ଗୋଟେ ଟ୍ରେଣ୍ଡ ହୋଇଗଲାଣି । ଯିଏ ଆତ୍ମହତ୍ୟା କରୁଛି ସିଏ ବି ଜାଣିବା ଦରକାର ଯେ ତାକୁ କିଏ ଅପେକ୍ଷା କରିଛି ।
ଦଶମାସ ଦଶଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ମା କଥା ବି ଚିନ୍ତା କରୁନି । ବାଲେଶ୍ୱର ପରେ ବଡମ୍ବାରେ ଘଟିଛି ଏଭଳି ଅଭାବନୀୟ ଘଟଣା ଯାହା ସମସ୍ତ ଛାତିକୁ ଦୋହଲାଇ ଦେଇଛି । ଆଜି ସାରା ବଡମ୍ବା କାନ୍ଦୁଛି । ସୁଚନା ମୁତାବକ କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ସାନବାରସିଂ ଗ୍ରାମର ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ଝିଅ ମନୀଷା ସ୍ୱାଇଁ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି। ସେହି ଗ୍ରାମର ଯୁବକ ରଞ୍ଜନ ସ୍ୱାଇଁକୁ ମୃତ କଲେଜ ଛାତ୍ରୀ ମନୀଷା ସ୍ୱାଇଁ ଭଲ ପାଇଥିଲେ । ରଞ୍ଜନ ଓ ମନିଷାଙ୍କ ମଧ୍ୟରେ ବହୁତ ଆଗରୁ ପ୍ରେମ ସମ୍ପର୍କ ଗଢିଉଠିଥିଲା ହେଲେ ହଠାତ୍ କଣ ହେଲା କେଜାଣି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ନେଇ ପ୍ରେମିକା ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପ୍ରେମ ସମ୍ପର୍କକୁ ନେଇ ପରିବାର ପକ୍ଷରୁ ବିଭିନ୍ନ ସମୟରେ ଝିଅକୁ ଏଭଳି କାମ ନ କରିବାପାଇଁ ବାପା ମା ବାରଣ କରିଥିଲେ ହେଲେ ଝିଅ ପ୍ରେମିକ କଥାରେ ରାଗି ଯାଇ ଗୁରୁବାର ଅପରାହ୍ନ ସମୟରେ ଘରେ ଏକୁଟିଆ ଥିବା ବେଳେ ସେ ନିଜ ଦେହରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ।
ଏହା ଦେଖୀ ଘର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ବଡମ୍ବା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେଠି ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା । ତେବେ ମନୀଷା ସ୍ୱାଇଁଙ୍କ ୭୫%ରୁ ଉର୍ଦ୍ଧ ଶରୀର ଜଳିଯାଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ମନିଷାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଛି । ଝିଅର ମୁତ୍ୟୁ ଖବର ପାଇ ଗତକାଲି ସଂନ୍ଧ୍ୟାରେ ଉତ୍ୟକ୍ତ ଗ୍ରାମ ବାସୀ ମାନେ ମୃତ ଦେହକୁ ରଖି କଟକ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ ଖବର ପାଇ ଘଟଣାସ୍ଥଳରେ ବଡ଼ମ୍ବା ତହସିଲ ଦାର ଓ ବଡ଼ମ୍ବା ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ସ୍ଥାନିୟ ଲୋକ କ୍ଷତିପୁରଣ ଦାବି ସହ ପ୍ରେମିକ ରଞ୍ଜନ ଗିରଫ ଦାବି ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ରହିଥିଲେ ।
