ପୁଣି ଛାନିଆ କଲାଣି ବାତ୍ୟା ଭୟ: ଶକ୍ତିଶାଳୀ ହେବ ଲଘୁଚାପ ?

Creat A Revolution
           

ଚଳିତବର୍ଷ ପୁଣି ଥରେ ସେପ୍ଟେମ୍ବର ମାସରେ ଓଡ଼ିଶା ଉପକୂଳକୁ ବାତ୍ୟା ଆସିବାର ସମ୍ଭାବନାକୁ ନେଇ ଚର୍ଚ୍ଚା ଚାଲିଛି ।ପାଣିପାଗ ବିଭାଗ ଆକଳନ ଅନୁସାରେ ବର୍ତ୍ତମାନ ଲଘୁଚାପ କ୍ଷେତ୍ରଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ରହିଛି ।ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଘନୀଭୂତ ହୋଇ ୨୧ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ହେବ। ୨୨ ତାରିଖ ବେଳକୁ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟ ପଶ୍ଚିମ-କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ।ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ କିଛି ଅଲଗା । ଗଭୀର ଅବପାତର ରୁପ ନେବା ପରେ ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସମୁଦ୍ର ଭିତରେ ଏକ ଛୋଟ ବାତ୍ୟା ହୋଇପାରେ । ଯଦି ସ୍ଥଳ ଭାଗକୁ ଆସିବ ତେବେ ଦୁର୍ବଳ ହୋଇଯିବ । ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୫୫ ରୁ ୬୫ କିମି। ସର୍ବାଧିକ ୭୫ କିମି ଛୁଇଁପାରେ।”

ପୂର୍ବରୁ ସେପ୍ଟେମ୍ବର ମାସରେ ସାଧାରଣତଃ ବଡ଼ ବାତ୍ୟା ଆସିବା କମ୍ ଦେଖାଯାଏ। କିନ୍ତୁ ଅତୀତରେ ସେପ୍ଟେମ୍ବର ମାସରେ ଆସିଛି ଅନେକ ବାତ୍ୟା । 2005 ରେ ବାତ୍ୟା ପ୍ୟାର୍ ସେପ୍ଟେମ୍ବର ମାସରେ କଳିଙ୍ଗପଟ୍ଟନମ୍ ନିକଟରେ ମାଡ଼ ହୋଇ ଓଡ଼ିଶାରେ ପ୍ରବଳ ବର୍ଷା କରାଇଥିଲା । ସେହିପରି 2018ରେ ବାତ୍ୟା ଦାୟେ ସେପ୍ଟେମ୍ବର ୨୦ରେ ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଥିଲା। ୨୦୨୧ରେ ବାତ୍ୟା ଗୁଲାବ ୨୬ ସେପ୍ଟେମ୍ବରରେ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା । ଏବେ ସମସ୍ତଙ୍କ ନଜର ଛୋଟ ବାତ୍ୟା ହେବ କି ନାହିଁ ।”


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading