ପ୍ରଥମ କିରଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, କୁମାରପୁରକୁ ହରାଇ ଖୋର୍ଦ୍ଧା ସେମିଫାଇନାଲରେ

Creat A Revolution
           

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡା ପଞ୍ଚାୟତ ସ୍ଥିତ ଚବକା କ୍ରିକେଟ ପଡ଼ିଆରେ ଆଜି ପ୍ରଥମ କିରଣ ମେମୋରିଆଲ କ୍ରିକେଟ ଉଦଘାଟିତ ହୋଇଯାଇଛି। ସୋମପଡାର ପୂର୍ବତନ ଖେଳାଳୀଙ୍କୁ ନେଇ ଗଠିତ ଏଲଏସସିଏ କ୍ଳବର ସଦସ୍ୟଙ୍କ ଦ୍ଵାରା ଗଠିତ ଲିଟିଲ ଷ୍ଟାର କ୍ରିକେଟ ଆସୋସିଏସନର ସଦସ୍ୟଙ୍କ ମିଳିତ ସହଯୋଗରେ ଆଠଟି ଦଳକୁ ନେଇ ଅନୁଷ୍ଠିତ ଆଜିର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ କୁମାରପୁର କ୍ରିକେଟ କ୍ଳବକୁ ଖୋର୍ଦ୍ଧାର କଳିଙ୍ଗ ଟାଇଗର୍ସ ବିଶାଳ ୧୭୭ ରନରେ ପରାସ୍ତ କରି ପ୍ରତିଯୋଗିତାର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଖୋର୍ଦ୍ଧା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଟି ଉଇକେଟ ହରାଇ ୩୦୩ ରନ ସଂଗ୍ରହ କରିଥିଲେ।

ଦଳ ପକ୍ଷରୁ ଅଭୟ ମଲ୍ଲିକ ୩୦ ଟି ବଲ ରୁ ୮୫, ଟୁନୁ ଖଟୁଆ ୩୧ ବଲ ରୁ ୬୨,ସତ୍ୟଜିତ ସାହୁ ୨୬ ଟି ବଲ ରୁ ୭୬ ରନ ସଂଗ୍ରହ କରିଥିଲେ। ଜବାବରେ କୁମାରପୁର ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୧୨୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଦଳ ତରଫରୁ ସଂଗ୍ରାମ ମାଝୀ ୧୩ ଟି ବଲରୁ ୪୨ ରନ ସଂଗ୍ରହ କରିଥିଲେ।ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଓ ଆଇପିଏଲ ଖେଳାଳୀ ବିପ୍ଳବ ସାମନ୍ତରାୟ ଯୋଗଦେଇ ଉଭୟ ଦଳର ଖେଳାଳୀ ଙ୍କୁ ଉତ୍ସାହିତ କରିବା ସହ ଖୋର୍ଦ୍ଧା ଦଳର ବୋଲିଂରେ ୬ ଟି ଉଇକେଟ ଓ ବ୍ୟାଟିଂରେ ୧୫ ରନ ସଂଗ୍ରହ କରିଥିବା ଖେଳାଳୀ ସ୍ୱାଧୀନ ପାଇକରାୟଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ଖେଳକୁ ଅମ୍ପାୟାର ଭାବେ ଜିତେନ୍ଦ୍ର କୁମାର ରାଉଳ ଓ ଶୁଭ୍ରକାନ୍ତ ରାଉତରାୟ ପରିଚାଳନା କରିଥିବାବେଳେ ଖେଳ ର ଧାରା ବିବରଣୀ ଦେବାଶିଷ ଓ ସ୍ବଦେଶ ପ୍ରଦାନ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading